ଦୁଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

ଫୁଲବାଣୀ,ଏନ୍ଏନ୍ଏସ୍: ଫିରିଙ୍ଗିଆ ପୁଲିସ ଆଜି ଏକ ବୋଲେରୋ ସହ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଏନେଇ ଥାନାଧିକାରୀ ପି.ଶ୍ୟାମସୁନ୍ଦର ରାଓ କହିଛନ୍ତି, ଗତକାଲି ମାଶ୍ରିପଡ଼ା ନିକଟରେ ପୁଲିସ ପାଟ୍ରୋଲିଂ କରୁଥିବାବେଳେ ଏକ ବୋଲେରୋ ପିକଅପ ଉପରେ ଚଢ଼ଉ କରିଥିଲା। ଚଢ଼ଉବେଳେ ସେଥିରୁ ୪ଟି ବସ୍ତାରେ ୨ କ୍ୱିଣ୍ଟାଲ ଗଞ୍ଜେଇ ପାଇଥିଲା। ଉକ୍ତ ଗଞ୍ଜେଇ କଟ୍ରିଙ୍ଗିଆରୁ ଭୁବନେଶ୍ୱର ଚାଲାଣ ହେଉଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖଜିରୁପଡ଼ା ଥାନା ପେନାବାଲି ଗ୍ରାମର ସୁନୀଲ କୁମାର ବେହେରା,କରଡାକୁମ୍ପା ଗ୍ରାମର ବିଭୂତି ଦିଗାଲ, ଝାଡ଼ବଲସକୁମ୍ପା ଗ୍ରାମର ରଞ୍ଜନ ବେହେରା ଓ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଅଞ୍ଚଳର ଗୌତମ ବେହେରା। ପୁଲିସ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।