Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିଡିଓଙ୍କୁ ପିଇଓଙ୍କ ସ୍ମାରକ ପତ୍ର : ୭ରୁ କଳାବ୍ୟାଚ ପରିଧାନ ଓ ୧୮ରୁ ସମୂହ ଛୁଟି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିଡିଓଙ୍କୁ ପିଇଓଙ୍କ ସ୍ମାରକ ପତ୍ର : ୭ରୁ କଳାବ୍ୟାଚ ପରିଧାନ ଓ ୧୮ରୁ ସମୂହ ଛୁଟି

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାଜ୍ୟ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ନିଷ୍ପତ୍ତିକ୍ରମେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକର ୧୭ଟି ପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଆଜି ବ୍ଲକ ସଂଘ ସଭାପତି କୈଳାଶ ଚନ୍ଦ୍ର ପାତ୍ର ଓ ସମ୍ପାଦକ ପ୍ରଭାକର ନାଲାଙ୍କ ନେତୃତ୍ୱରେ ସମସ୍ତ ପିଇଓ ମୁନିଗୁଡ଼ା ବ୍ଲକ କାର୍ଯ୍ୟାଳୟରେ ବିଡିଓ ପ୍ରିତମ କୁମାର ତନ୍ତିଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ପିଇଓଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ପରିବର୍ତ୍ତେ ସ୍ନାତକ କରିବା ସହ ସେମାନଙ୍କ ଦରମା ୨୧ହଜାର ୭୦୦ଟଙ୍କା(ପେ ଲେବୁଲ ୫)ରୁ ୩୫ହଜାର ୪୦୦ଟଙ୍କା(ପେ ଲେବୁଲ୍ ୯) ଧାର୍ଯ୍ୟ କରାଯାଉ ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ୧୦ବର୍ଷ ଚାକିରି କରିଥିବା ପିଇଓଙ୍କୁ ଉଚ୍ଚ ପଦବୀକୁ ପଦନ୍ନୋତି କରିବା ସହ ସେମାନଙ୍କୁ ଓପିଆରଏସ କ୍ୟାଡରରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ଦାବୀ ହୋଇଛି । ମୁନିଗୁଡ଼ା ବିଡିଓ ତନ୍ତୀ ଏହି ଦାବୀପତ୍ରକୁ ରାୟଗଡ଼ା ଜିଲ୍ଲାପାଳଙ୍କ ନିକଟକୁ ପଠାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପରେ ଯଦି ସରକାର ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ପୂରଣ ନକରନ୍ତି ତେବେ ବ୍ଲକର କାର୍ଯ୍ୟରତ ସମସ୍ତ ପିଇଓ ୭ରୁ୧୭ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି ସେମାନଙ୍କ ପ୍ରତିବାଦ ଜାହିର କରିବେ ବୋଲି ଉଭୟ ସଭାପତି ଶ୍ରୀଯୁକ୍ତ ପାତ୍ର ଓ ସମ୍ପାଦକ ଶ୍ରୀଯୁକ୍ତ ନାଲା ଗଣମାଧ୍ୟମକୁ ଜଣାଇଛନ୍ତି । ପରେ ୧୮ ତାରିଖରୁ ସମସ୍ତେ ସମୂହ ଛୁଟିରେ ରହିବାକୁ ରାଜ୍ୟ ସଂଘ ନିଷ୍ପତ୍ତି ଅନୁସାରେ ସ୍ଥିର କରିଛନ୍ତି । ଏହିି ଦାବୀପତ୍ର ପ୍ରଦାନ ସମୟରେ ଉଭୟ ସଭାପତି ଓ ସମ୍ପାଦକଙ୍କ ସହ ସନ୍ୟାସୀ ଟାକିରି, ସୁନିଲ ଯାଦବ, ମନୋରଞ୍ଜନ ବେହେରା, ଗଦାଧର ମିଶ୍ର, ଗୋବିନ୍ଦ ସୁନା, ମାଧବ ମହାନନ୍ଦିଆ, ଦିନେଶ ଶବର, ରମେଶ ତୁଳ ଓ ଅକ୍ଷୟ ବେହେରା ପ୍ରମୁଖ ବିଭିନ୍ନ ପଞ୍ଚାୟତର ପିଇଓମାନେ ଉପସ୍ଥିତ ଥିଲେ ।