ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ କଂଗ୍ରେସ ଶିବିର ଉତ୍ସବମୁଖର

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ମୋଦୀ ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କ ୨ ବର୍ଷ ଜେଲଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ରୋକ ପରେ ମୁନିଗୁଡ଼ା କଂଗ୍ରେସ ଶିବିରରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି । ବ୍ଲକ କଂଗ୍ରେସ ସଭାପତି ବିଭାର ଓ ସାଂସଦ ପ୍ରତିନିଧି ମାନସ ବେହେରାଙ୍କ ନେତୃତ୍ୱରେ ଆଜି କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନରେ ଏକାଠି ହୋଇ ଖୁସି ମନେଇଥିଲେ । ଏହି ନ୍ୟାୟ ପ୍ରଦାନ ଫଳରେ ସତ୍ୟ ଓ ସମ୍ବିଧାନର ବିଜୟ ହୋଇଛ ବୋଲି ସଭାପତି ଶ୍ରୀଯୁକ୍ତ ବିଭାର କହିଥିଲେ । ଘୃଣା ବିରୁଦ୍ଧରେ ପ୍ରେମର ବିଜୟ, କୋର୍ଟଙ୍କ ରାୟ ପରେ ରାହୁଲଙ୍କ ଟୁଇଟକୁ ପଢ଼ି ଶ୍ରୀଯୁକ୍ତ ବେହେରା ସଭିଙ୍କୁ ଶୁଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁନିଗୁଡ଼ା ସରପଞ୍ଚ ସରସ୍ୱତୀ ଶବର, ରାଜୀବ ସାହୁ ଓ ତେଲେଙ୍ଗାପଦର ସମିତି ସଭ୍ୟ ଅନଙ୍ଗ ନାଗ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।