ଗାଁ’ ନିକଟରେ ବୁଲୁଛି ଗୋଠ ଛଡା ଦନ୍ତା, ଲୋକେ ଭୟଭୀତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜକୁ ବିଳମ୍ବିତ ରାତିରେ ଏକ ଗୋଠ ଛଡା ହାତୀ ପଶିଆସିଛି। ହାତୀଟି ସକାଳୁ ପାଟଣା ବଜାର ଦେଇ ଧାନବେଣୀ ଓ ଖଜୁରଡ଼ିହା ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି। ଗାଁ’ ନିକଟରେ ହାତୀଟି ବୁଲୁ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀକୁ ଘଉଡାଇବା ପାଇଁ ବନବିଭାଗ ଉଦ୍ୟମ ଜାରି ରଖିଥିବାବେଳେ ଖୁବ ଶୀଘ୍ର ହାତୀକୁ ଘଉଡାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।