ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏଭଳି ସ୍ଥିତିରେ ଋଣ ନୁହେଁ ବରଂ ସରକାର ଲୋକଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇବା ଦରକାର । ସରକାର ସେମାନଙ୍କ ସହ ସାହୁକାର ଭଳି ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ। କାରଣ ଗରିବ, ଶ୍ରମିକ ଓ କୃଷକଙ୍କୁ କରଜ ବଦଳରେ ବର୍ତ୍ତମାନ ଟଙ୍କାର ଆବଶ୍ୟକତା ରହିଛି। ଏହି ପ୍ୟାକେଜ ଉପରେ ପୁନର୍ବିଚାର କରିବାକୁ ମଧ୍ୟ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥି ସହିତ ଲକଡାଉନ ଖୋଲିବା ସମୟରେ ମଧ୍ୟ ସାବଧାନତା ଓ ବୁଦ୍ଧିମତାର ଆବଶ୍ୟକତା ରହିଛି। ଆଉ ବୃଦ୍ଧ ଓ ଗମ୍ଭୀର ରୋଗରେ ଗ୍ରାସିତ ଲୋକଙ୍କର ଅଧିକ ଧ୍ୟାନ ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି।