ପେଗାସସ୍ ମାମଲା: ସୁପ୍ରିମ କୋର୍ଟକୁ ସମୟ ମାଗିଲା କେନ୍ଦ୍ର, ୧୩ ତାରିଖକୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,ଏଜେନ୍ସି: ସୁପ୍ରିମକୋର୍ଟ ପେଗାସସ୍ ମାମଲାର ଶୁଣାଣିକୁ ସେପ୍ଟେମ୍ବର ୧୩ ତାରଖକୁ ଘୁଞ୍ଚାଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ମମଲା ଲଢ଼ୁଥିବା ସାଲିସିଟର ଜେନେରାଲ ତୁଷାର ମେହତା ମାମଲାରେ ନୂତନ ତଥ୍ୟ ଦାଖଲ କରିବା ନେଇ ସମୟ ମାଗିଛନ୍ତି। ତେବେ ବିପକ୍ଷ ଦଳ ପକ୍ଷରୁ ମାମଲାର ଲଢ଼ୁଥିବା ଆଇନଜୀବୀ କପିଲ ସିବଲ ମଧ୍ୟ ଏନେଇ ଆପତ୍ତି କରିନଥିଲେ। ଫଳରେ ମୁଖ୍ୟ ବିଚାରପତି ଏନ ବି ରମଣାଙ୍କ ଅଧ୍ୟକ୍ଷତାରେ ୩ ବିଚାରପତିଙ୍କ ବେଞ୍ଚ ଏହି ମାମଲାର ଶୁଣାଣୀକୁ ଘୁଞ୍ଚାଇ ଦେଇଛନ୍ତି।