ଜହ୍ନର ୯ ହଜାର ପରିକ୍ରମା ପୂରା କଲା ଚନ୍ଦ୍ରଯାନ-୨

ବେଙ୍ଗାଲୁରୁ,ଏଜେନ୍ସି: ଚନ୍ଦ୍ର ଯାନ-୨ ଜହ୍ନର ୯ ହଜାର ପରିକ୍ରମା ପୂରଣ କରିଛି। ଏନେଇ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୂଚନା ଦେଇଛି।

ଇସ୍ରୋ ପକ୍ଷରୁ ୨ ଦିବସୀୟ ଚନ୍ଦ୍ର ବିଜ୍ଞାନ କର୍ମଶାଳା-୨୦୨୧ର ଆୟୋଜନ କରାଯାଇଛି। ଚନ୍ଦ୍ର ଯାନ-୨ ମହାକାଶରେ ଚନ୍ଦ୍ର କକ୍ଷର ଚାରି ପଟେ ପରିକ୍ରମା କରିବାକୁ ୨ ବର୍ଷ ପୂରିଥିବାରୁ ଏହି କର୍ମଶାଳାର ଆୟୋଜନ କରାଯାଇଛି। ଉଦଘାଟନୀ ଭାଷଣରେ ଇସ୍ରୋର ଅଧ୍ୟକ୍ଷ କେ ସିଭାନ କହିଛନ୍ତି ଯେ ଚନ୍ଦ୍ର ଯାନ-୨ ମହାକାଶ ଯାନରେ ଥିବା ଚନ୍ଦ୍ର ପୃଷ୍ଠରୁ ପ୍ରାୟ ୧୦୦ କିଲୋମିଟର ଉଚ୍ଚରେ ଚନ୍ଦ୍ରର ରିମୋଟ ସେନ୍ସିଂ ଏବଂ ଇନ୍-ସିଟ୍ ପର୍ଯ୍ୟବେକ୍ଷଣ କରୁଛି। ମହାକାଶ ବିଭାଗ ସଚିବ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଚନ୍ଦ୍ରାୟନ-୨ ଚନ୍ଦ୍ରର ଚାରିପାଖରେ ୯,୦୦୦ ରୁ ଅଧିକ ପରିକ୍ରମା କରିସାରିଛି।