ଭୁବନେଶ୍ୱର,ଏନ୍ଏନ୍ଏସ୍: ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ପୂଜା ମହୋତ୍ସବ ସମାରୋହ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆଜି ସକାଳେ ଭୁବନେଶ୍ୱରରେ ଶାନ୍ତି ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁର୍ବ ନିର୍ଦ୍ଧାରିତ ସମୟ ସକାଳ ୯ ଘଣ୍ଟା ସମୟରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ଉପସ୍ଥିତିରେ ଜାପାନର ବୌଦ୍ଧ ଭିକ୍ଷୁ ଟାକା ଓ ଟାକାଡୋ ଅତିଥୀ ଭାବେ ଯୋଗଦେଇ ପତାକା ହଲାଇ ଏହି ଶାନ୍ତି ପଦଯାତ୍ରାର ଶୁଭ ଉଦଘାଟନ କରିଥିଲେ।
