ନଭେମ୍ବର ୬ରେ ବାହା ହେବେ ପଲକ ମୁୁୁଚ୍ଚଲ

ମୁମ୍ବାଇ: ବଲିଉଡ ସିଙ୍ଗର ପଲକ ମୁଚ୍ଛଲ ନଭେମ୍ବର ୬ରେ ବିବାହ କରିବେ । ପଲକ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ମିଥୁନଙ୍କୁ ଜୀବନ ସାଥୀ ରୂପେ ବାଛିଛନ୍ତି । ଉଭୟ ଗତ କିଛି ବର୍ଷ ହେବ ପରସ୍ପରକୁ ଡେଟ କରୁଥିଲେ । ପରେ ପରିବାରର ସହମତିକ୍ରମେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । ଏହି ଯୋଡ଼ି ୨୦୧୩ରେ ରିଲିଜ ହୋଇଥିବା ‘ଆସିକି ୨’ରେ ପ୍ରଥମଥର ପାଇଁ ମିଶିକି କାମ କରିଥିଲେ ।

ସୂଚନାଯୋଗ୍ୟ, ପଲକ ଓ ମିଥୁନଙ୍କ ବିବାହ ପାଇଁ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲକୁ ୬, ୭ ଓ ୮ ତାରିଖ ପାଇଁ ବୁକ୍ କରାଯାଇଛି । ଏହି ଭବ୍ୟ ବିବାହ ଉତ୍ସବରେ ଅନେକ ବିଦେଶୀ ଅତିଥିଙ୍କ ସହ ବଲିଉଡ କଳାକାର ମଧ୍ୟ ସାମିଲ ହେବେ ।