ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ‘ପେଟିଏମ୍’

ନୂଆଦିଲ୍ଲୀ: ଭାରତର ଡିଜିଟାଲ ଲେଣଦେଣ କମ୍ପାନୀ ‘ପେଟିଏମ’କୁ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। କମ୍ପାନୀ ଉପରେ ନିୟମ ଉଲଂଘନ କରିଥିବା ନେଇ ଆରୋପ ଲଗାଯାଇଛି। ପେଟିଏମର ‘ପେଟିଏମ ଫାଷ୍ଟ ଗେମ୍ସ’ ଆପକୁ ମଧ୍ୟ ହଟାଇ ଦିଆଯାଇଛି।

‘ପେଟିଏମ’ ତରଫରୁ ଟ୍ୱିଟ କରି କୁହାଯାଇଛି କି, ‘କିଛିଦିନ ପାଇଁ ଗୁଗୁଲ ପ୍ଲେ ଷ୍ଟୋରରେ ଏହି ଆପ୍ ଉପଲବ୍ଧ ରହିବ ନାହିଁ। ଆମେ ଶୀଘ୍ର ଫେରିବୁ। ଆପଣଙ୍କ ଟଙ୍କା ସୁରକ୍ଷିତ ରହିଛି ଓ ଆପଣ ସାମନ୍ୟ ରୂପେ ପେଟିଏମ୍ ବ୍ୟବହାର କରିପାରିବେ।’

ସୂଚନାଯୋଗ୍ୟ, ନିକଟରେ ପେଟିଏମ୍ ଫାଣ୍ଟାସୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିଲା ଯାହାପରେ ଏହି ଦୁଇଟି ଆପକୁ ହଟାଇ ଦିଆଯାଇଛି। କିନ୍ତୁ ଏହି ଆପ୍ ଆପଲର ଆପ୍ ଷ୍ଟୋରରେ ଉପଲବ୍ଧ ରହିବ।