ଘରେ ପ୍ରାକୃତିକ ଉପାୟରେ ବନାନ୍ତୁ ସ୍ପ୍ରେ : ଚୁଟକି ରେ ଦୂର ହେବେ ମଶା

ବର୍ଷା ଦିନେ ବ୍ୟାପୁଥିବା ମଶା ନିଜ ସହ ମ୍ୟାଲେରିଆ, ଚିକନଗୁନିଆ ଏବଂ ଡେଙ୍ଗୁ ଭଳି ଭୟଙ୍କର ରୋଗ ନେଇ ଆସିଥାଏ।  ମଶାଙ୍କୁ ମାରିବା ପାଇଁ ବଜାରରେ ଅନେକ  ସ୍ପ୍ରେ ଉପଲବ୍ଧ। କିନ୍ତୁ ଆପଣ ଜାଣିଛନ୍ତି କି ଯେଉଁମାନଙ୍କର ଶ୍ୱାସ ଜନିତ ସମସ୍ୟା ରହିଛି ତାଙ୍କ ପାଇଁ ସ୍ପ୍ରେ କେତେ ମାତ୍ରାରେ ଘାତକ ସାବ୍ୟସ୍ତ ହୋଇଥାଏ। ଏଗୁଡ଼ିକ ବଦଳରେ ଯଦି ଆପଣ ହର୍ବାଲ୍ କିମ୍ବା ନାଚୁରାଲ୍ ସ୍ପ୍ରେ ବ୍ୟବହାର କରିବେ ତେବେ ଛୋଟ ପିଲା ବୟସ୍କଙ୍କ ସ୍ୱାସ୍ଥ୍ୟକୁ କୌଣସି ହାନି ପହଞ୍ଚିବ ନାହିଁ। ଏହା ସହିତ ଅନେକ କମ୍ ଟଙ୍କାରେ ଆପଣଙ୍କୁ ମଶାରୁ ମୁକ୍ତି ମିଳିବ। ଆସନ୍ତୁ ଜାଣିବା ଏହି ସ୍ପ୍ରେ ବିଷୟରେ ଯାହାକୁ ଆପଣ ଚାହିଁଲେ ଘରେ ମଧ୍ୟ ପ୍ରସ୍ତୁତ କରି ପାରିବେ।

ମଶା ମାରିବା ପାଇଁ ଲେମନ ଇୟୁକାଲିପଟାସ ଅଏଲ ବହୁତ କାମରେ ଆସିଥାଏ। ୯୦ ଏମଏଲ ନଡ଼ିଆ କିମ୍ବା ଅଲିଭ ଅଏଲରେ ୧୦ଏମଏଲ ଲେମନ ଇୟୁକାଲିପଟାସ ଅଏଲ ମିଶାନ୍ତୁ। ଏହାପରେ ଏହାକୁ କୌଣସି ବୋତଲରେ ବନ୍ଦ କରି ସ୍ପ୍ରେ ସାହାଯ୍ୟରେ ଘରର କୋଣରେ ଛାଟନ୍ତୁ। ଆପଣ ଚାହିଁଲେ ଏହି ତେଲକୁ ଶରୀରରେ ମଧ୍ୟ ଲଗାଇ ପାରିବେ। ସ୍ପ୍ରେ ଲିକୁଇଡକୁ ପତଳା କରିବା ପାଇଁ ଏଥିରେ ଅଳ୍ପ ପାଣି ମଧ୍ୟ ମିଶାଇ ପାରିବେ। ନିମ୍ବର କଡ଼ା ବାସ୍ନାରେ ମଶା ଦୂରେଇ ଯାଇଥାନ୍ତି। ନିମ୍ବ ତେଲରେ ଥିବା ପ୍ରାକୃତିକ ତତ୍ତ୍ୱ ମଶାକୁ ଆପଣଙ୍କ ପାଖକୁ ଆସିବାକୁ ଦିଏ ନାହିଁ। ନିମ୍ବ ଏବଂ ନଡ଼ିଆ ତେଲର ମିଶ୍ରଣ ମଶାକୁ ଘଉଡ଼ାଇବା ପାଇଁ ଲାଭଦାୟକ ହୋଇଥାଏ। ଏଥିପାଇଁ ୩୦ଏମଏଲ ନଡ଼ିଆ ତେଲରେ ନିମ୍ବ ତେଲ ମାତ୍ର ୧୦ବୁନ୍ଦା ମିଶାନ୍ତୁ। ଏହା ପରେ ଅଳ୍ପ ଗରମ ପାଣି କିମ୍ବା ବୋଡକା ମିଶାନ୍ତୁ ଏବଂ ପୂରା ଘରେ ଛିଞ୍ଚି ଦିଅନ୍ତୁ।

ଅନେକ ଔଷଧୀୟ ଗୁଣରେ ଭରା ଟି ଟ୍ରି ଅଏଲ ମଧ୍ୟ ଆପଣଙ୍କ କାମରେ ଆସିବ। ଏଥିରେ ଥିବା ଆଣ୍ଟି ସେପ୍ଟିକ ଏବଂ ଇନଫ୍ଲାମେଟେରି ତତ୍ତ୍ୱ ମଶାର ବିଷାକ୍ତ ଡଙ୍କକୁ ପ୍ରଭାବହୀନ କରିଦେବ। ଏହାର କଡ଼ା ସୁଗନ୍ଧ ମଶାଙ୍କୁ ଘରକୁ ଆସିବାକୁ ଦେବ ନାହିଁ। ୩୦ ଏମଏଲ ନଡ଼ିଆ ତେଲରେ ୧୦ ବୁନ୍ଦା ଟି ଟ୍ରି ଅଏଲ ମିଶାନ୍ତୁ। ଏହାପରେ ହାଲୁକା ପାଣି ଏବଂ ବୋଡକା ସାମିଲ କରି ମଶାଙ୍କୁ ଘଉଡ଼ାଇବାର ଜବରଦସ୍ତ ହୋମ ମେଡ ଫର୍ମୁଲା ଅବଲମ୍ବନ କରନ୍ତୁ।

ଲାଭେଣ୍ଡରର ମହକ ମଶାଙ୍କୁ ଘର ବାହାରେ ରଖିଥାଏ। ଏହି କାରଣରୁ କିଛି ଲୋକ ଘରେ ଏହି ଚମତ୍କାର ଗଛ ରଖିଥାନ୍ତି। ଆପଣ ଚାହିଁଲେ ଲାଭେଣ୍ଡର ତେଲକୁ ଲେମନ ଜୁସରେ ମିଶାଇ ମଶାଙ୍କୁ ଘଉଡ଼ାଇବା ପାଇଁ ସ୍ପ୍ରେ କରି ପାରିବେ। ଏଥିରେ ଆପଣ ଫ୍ଲେଭର ପାଇଁ ଅଳ୍ପ ଭାନିଲା ମିଶାଇ ପାରିବେ। ଏହାକୁ ପ୍ରସ୍ତୁତ କରିବା ପାଇଁ ୩-୪ ଟେବୁଲ ସ୍ପୁନ ଲେମନ ଜୁସ୍,୩-୪ଟେବୁଲ ସ୍ପୁନ ଭାନିଲା ଏବଂ ଲାଭେଣ୍ଡର ଅଏଲ୍ ୧୦-୧୨ବୁନ୍ଦା କୌଣସି ବୋତଲରେ ପୂରାଇ ଭଲ ଭାବେ ମିଶାଇବେ ଏବଂ ଘରେ ସ୍ପ୍ରେ କରିବେ। ମଶାଙ୍କୁ ଘଉଡ଼ାଇବା ପାଇଁ ଆପଣ ଲେମନଗ୍ରାସ ଏବଂ ରୋଜମେରି ଅଏଲ ମଧ୍ୟ ବ୍ୟବହାର କରି ପାରିବେ। ଘରେ ଏହାର ସ୍ପ୍ରେ ପ୍ରସ୍ତୁତ କରିବା ପାଇଁ ୬୦ଏମଏଲ ନଡ଼ିଆ କିମ୍ବା ଅଲିଭ ଅଏଲରେ ଲେମନଗ୍ରାସ ଏବଂ ରୋଜମେରୀ ତେଲର ୧୦ବୁନ୍ଦା ପକାନ୍ତୁ। ଏବେ ପ୍ରସ୍ତୁତ ଲିକୁଇଡକୁ ଘରେ ସ୍ପ୍ରେ କରି ଦିଅନ୍ତୁ। ଏପରି କରିବା ଦ୍ୱାରା ମଶା କେବେ ବି ଘରେ ପଶିବେ ନାହିଁ।