ପେଟିଏମରୁ ଏଲପିଜି ସିଲିଣ୍ଡର ବୁକ କଲେ ମିଳିବ ୨୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ

  • ନୂଆଦିଲ୍ଲୀ: ପେଟିଏମରୁ ଏଲପିଜି ସିଲିଣ୍ଡର ବୁକ କରୁଥିବା ଗ୍ରାହକଙ୍କ ପାଇଁ କମ୍ପାନି ଅଫର ଘୋଷଣା କରିଛି। ଏଣିକି ପେଟିଏମରୁ ଏଲପିଜି ସିଲିଣ୍ଡର ବୁକ୍ କଲେ ଗ୍ରାହକଙ୍କୁ ୨୭୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିବ। ଏଥିପାଇଁ ପେଟିଏମ ୩ ପେ ୨୭୦୦ କ୍ୟାସବ୍ୟାକ ଅଫର ବାହାର କରିଛି। ଏହି ଅଫର ନୂଆ ଗ୍ରାହକଙ୍କ ପାଇଁ ବୈଧ ରହିଛି।ପେଟିଏମର ଏହି ଅଫରରେ ପ୍ରଥମ ତିନି ମାସ ପାଇଁ ୯୦୦ ଟଙ୍କାର କ୍ୟାସବ୍ୟାକ ମିଳିବ। ପେଟିଏମର ୩ ପେ ୨୭୦୦ କ୍ୟାସବ୍ୟାକ ଅଫର ୩ ମେଜର ଏଲପିଜି କମ୍ପାନି ଇଣ୍ଡେନ, ଏଚପି ଗ୍ୟାସ ଓ ଭାରତ ଗ୍ୟାସ ପାଇଁ ରହିଛି।
    କେବଳ ଏତିକି ନୁହେଁ, ପେଟିଏମ ବ୍ୟବହାରକାରୀଙ୍କୁ ଟଙ୍କା ପରେ ପୈଠ କରିବାର ଅନୁମତି ବି ଦିଆଯିବ। ସେହିପରି ନିଶ୍ଚିତ ହୋଇଥିବା ସମୟରେ ଯଦି ଗ୍ରାହକ ଟଙ୍କା ପୈଠ କରିନପାରନ୍ତି ତେବେ ତାଙ୍କୁ ଆଗାମୀ ମାସରେ ଟଙ୍କା ପୈଠ କରିବାକୁ ବି ବିକଳ୍ପ ଦିଆଯିବ। ଏଥିପାଇଁ ଗ୍ରାହକଙ୍କୁ ପେଟିଏମ ନାଓ ପେ ଲେଟର ପ୍ଲାନ ଏନରୋଲ କରିବାକୁ ପଡ଼ିବ। ଏହି ନୂଆ ଅଫରକୁ ନେଇ ପେଟିଏମ ପକ୍ଷରୁ କୁହାଯାଉଛି ଯେ, ୟୁଟିଲିଟି ପେମେଣ୍ଟକୁ ସହଜ କରିବାକୁ ଯୋଜନା କରାଯାଉଛି। ଏହାକୁ ପୂରା ଦେଶପାଇଁ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ କରିବାକୁ ଚାହାନ୍ତି।
    ପେଟିଏମରୁ ଗ୍ୟାସ ସିଲିଣ୍ଡର ବୁକ କରିବା ପାଇଁ ବ୍ୟବହାରକାରୀଙ୍କୁ ଆପ ଓପନ କରି ବୁକ ଗ୍ୟାସ ସିଲିଣ୍ଡର ବିକଳ୍ପକୁ ଯିବାକୁ ପଡ଼ିବ। ଏଠାରେ ତାଙ୍କୁ ଗ୍ୟାସ ସିଲିଣ୍ଡର ବାଛିବାକୁ ପଡ଼ିବ। ଏହାପରେ ମୋବାଇଲ ନମ୍ବର, ଏଲପିଜି ଆଇଡି ଓ କନଜ୍ୟୁର ନମ୍ବର ଦେବାକୁ ପଡ଼ିବ। ସମ୍ପୂର୍ଣ୍ଣ ସୂଚନା ଦେବା ପରେ ବ୍ୟବହାରକାରୀଙ୍କୁ ପେମେଣ୍ଟ କରିବାକୁ ପଡ଼ିବ। ଏଥିପାଇଁ ପେଟିଏମ ୱାଲେଟ, ପେଟିଏମ ୟୁପିଆଇ, କାର୍ଡ କିମ୍ବା ନେଟବ୍ୟାକିଂ ବ୍ୟବହାର କରିପାରିବେ। ଗ୍ରାହକ ଗ୍ୟାସ ସିଲିଣ୍ଡରକୁ ବି ଟ୍ରାକ କରିପାରିବେ। ପେଟିଏମ ଗ୍ୟାସ ବୁକିଂ ଫେସିଲିଟି ଗତବର୍ଷ ଲଞ୍ଚ କରିଥିଲା।