ନୂଆଦିଲ୍ଲୀ,ଏଜେନ୍ସି: ଆମ ମାତୃଭୂମିର ମହାନ ଝିଅ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଜି ୧୦୩ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶକ୍ତି ସ୍ଥଳକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସର ଅନ୍ୟ ନେତା ମାନେ ମଧ୍ୟ ସେଠାରେ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କୁ ମନେପକାଇଛନ୍ତି।
ଏଥିସହିତ ଗାନ୍ଧୀ ପରିବାର ଜଣେ ଦକ୍ଷ ପ୍ରଧାନମନ୍ତ୍ରୀ ଓ କ୍ଷମତାଶାଳୀ ମନ୍ତ୍ରୀଙ୍କୁ ମନେପକାଉଥିବା ଟୁଇଟରରେ ପୋଷ୍ଟ କରିଛନ୍ତି ରାହୁଲ ଗାନ୍ଧୀ। ସେ ତାଙ୍କ ପଥକୁ ସବୁବେଳେ ଅନୁସରଣ କରୁଥିବା କହିବା ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି।