ବନ୍ଦହେଲା ପଟ୍ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବାପରେ ବ୍ଲକ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଛି। ସମସ୍ତ କର୍ମଚାରୀଙ୍କୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ନଆସିବା ପାଇଁ କୁହାଯାଇଛି। କାର୍ଯ୍ୟାଳୟ ବିଶୋଧିତ ହେବାପରେ ଖୋଲାଯିବ ବୋଲି ସୂଚନା ମିଳିଛି ।