ଖୋଲିଲା ମେଡିକାଲ କଲେଜ ଓପିଡି

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଓପିଡି ଗୁରୁବାର ଠାରୁ ଖୋଲାଯାଇଛି। ଗତମାସ ୩୧ରୁ ସାଧାରଣ ରୋଗୀଙ୍କ ପାଇଁ ଓପିଡି ବନ୍ଦ କରି କେବଳ ଜରୁରୀକାଳୀନ କାଜୁଆଲଟି, ଶିଶୁ ଓ ମହିଳା ବିଭାଗ କାଜୁଆଲଟି ଖୋଲା ରହିଥିଲା।