ବଲାଙ୍ଗିର ସାଂସଦଙ୍କ ମାସ୍କ ତିଆରି

ପାଟଣାଗଡ଼,ଏନ୍ଏନ୍ଏସ୍: ବର୍ତ୍ତମାନ କରୋନା ସଂକ୍ରମଣ ସାରା ଦେଶରେ ଯେମିତି ବଢ଼ିବାରେ ଲାଗିଛି, ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଥିଲେ ଯେ ମାଆ ମାନେ ଘରେ ରହି ମାସ୍କ ତିଆରି କରନ୍ତୁ। ସେହି ଆହ୍ୱାନକୁ ରଖି ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓ ପାଟଣାଗଡ଼ ବାସଭବନ ରହି ମାସ୍କ ତିଆରି କରୁଛନ୍ତି।

ଆମ ରାଜ୍ୟରେ ମାସ୍କ ଲଗାଇବା ପାଇଁ ସରକାର ବାଧ୍ୟତାମୂଳକ ଘୋଷଣା କରିବାପରେ ବଜାରରେ ମାସ ମିଳୁନାହିଁ। ଏହି ପରିପ୍ରେକ୍ଷୀରେ ଶ୍ରୀମତି ସିଂଦେଓଙ୍କ ମାସ ତିଆରିକୁ ଲୋକେ ପସନ୍ଦ କରି ତାଙ୍କୁ ପ୍ରସଂଶା କରିଛନ୍ତି। କରୋନା ସହ ଲଢ଼ିବା ପାଇଁ ରାଜନୀତିଠାରୁ ଊର୍ଦ୍ଧ୍ବରେ ରହି ଆଗେଇ ଆସିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।