ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୧ ଲକ୍ଷ ଶ୍ରମିକଙ୍କୁ ପ୍ରଦାନ କଲେ ୧ ହଜାର ଟଙ୍କା ସହୟତା ରାଶି

ଉତ୍ତରପ୍ରଦେଶ,ଏଜେନ୍ସି: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ସୂଚନା ଦେଇଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୧ ଲକ୍ଷରୁ ଅଧିକ ଶ୍ରମିକ ଓ ଦିନମଜୁରିଆଙ୍କ ଆକାଉଣ୍ଟକୁ ୧୦୦୦ ଟଙ୍କା ଲେଖାଁଏ ପଠାଯାଇଛି। ସେହିପରି ପରେ ଆଉ ୨୦ ଲକ୍ଷ ଶ୍ରମିକଙ୍କୁ ପ୍ରଦାନ କରାଯିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଏଥିସହ ସେ କହିଛନ୍ତି ଯେ ଠେଲା ଗାଡିରେ ବେପାର କରୁଥିବା, ରାସ୍ତାରେ ବୁଲି ବୁଲି ବିକ୍ରି କରୁଥିବା, ରିକ୍ସା ଓ ଇ-ରିକ୍ସା ଚଳାଉଥିବା କିମ୍ବା ଅନ୍ୟାନ୍ୟ ସେବା କରୁଥିବା ସମସ୍ତଙ୍କ ପାଇଁ ଏକ ସର୍ଭେ କରି ଆମେ ପ୍ରଶାସନକୁ ଆବଶ୍ୟକ ପାଣ୍ଠି ଯୋଗାଇଛୁ। ସ୍ୱାଭାବିକ ଭାବରେ, ଏହି ସମସ୍ତ କାର୍ଯ୍ୟ ଲକଡାଉନ୍ ଦ୍ୱାରା ପ୍ରଭାବିତ ହୋଇଥାଏ | ଏସବୁ ଲୋକମାନ ଯେଭଳି ବର୍ତ୍ତମାନ ଠିକ ଭାବେ ଚଳିପାରିବେ ସେ ନେଇ ଭତ୍ତା ଦିଆଯିବା ଉଚିତ୍ ବୋଲି କହିଛନ୍ତି।