ପାଟଣାଗଡ଼ ବିଧାୟକଙ୍କ ଦାଦା କରୋନାରେ ମୃତ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଦାଦା ଫକୀର ମେହେର ୬୮ ବର୍ଷ ବୟସରେ ମୃତ୍ୟୁ ହୋଇଛି। ସେ ୧୫ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ। ଆଜି ସକାଳ ୮ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ପାଟଣାଗଡ଼ରେ ଓକିଲାତି କରୁଥିଲେ।