ଘଣ୍ଟ ବଜାଇ ହୁଳହୁଳି ଦେଇ ଡାକ୍ତର ଓ ଅନ୍ୟ କର୍ମୀଙ୍କୁ କୃତଜ୍ଞତା ଜଣାଇଲେ ପାଟଣା ଥାନା ଅଧିକାରିଣୀ

ପାଟଣା,ଏନ୍ଏନ୍ଏସ୍: ସାରା ବିଶ୍ୱରେ କରୋନା ମହାମାରୀ ରୂପ ନେଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସାରା ଦେଶରେ ଆଜି ଜନତା କର୍ଫ୍ୟୁ ଜାରି ହୋଇଛି। ତେବେ ଏହାକୁ କେନ୍ଦୁଝର ପାଟଣା ଅଞ୍ଚଳରେ ପୂର୍ଣ୍ଣ ସମର୍ଥନ ଦେବା ସହ ଘଣ୍ଟ ବଜାଇ ହୁଳହୁଳି ଦେଇ କରୋନା ମୁକାବିଲାରେ ନିୟୋଜିତ ଡାକ୍ତର ଓ ଅନ୍ୟ କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏହି ପରିପ୍ରେକ୍ଷୀରେ ପାଟଣା ଥାନା ଅଧିକାରୀଣୀ ଥାନା ପରିସରରୁ ଘଣ୍ଟ ବଜାଇ ହୁଳହୁଳି ଦେଇ ସେମାନଙ୍କୁ ଉତ୍ସାହିତ କରିଛନ୍ତି। ଏଥିସହ କରୋନାକୁ ମୁକାବିଲା କରିବା ପାଇଁ ଲୋକଙ୍କୁ ସଚେତନତା କରାଇ ଥିଲେ। କରୋନା ମୁକାବିଲା କରିବା ପାଇଁ ସଫା ସୁତୁରା ରହିବାକୁ ଉପଦେଶ ଦେଇଥିଲେ।

ପାଟଣା ବ୍ଲକରେ ଆଜି ସୁଧା ୧୫୧ ଜଣ ଲୋକବାହାର ରାଜ୍ୟରୁ ଆସିଥିବା ପଞ୍ଜିକରଣ କରାଯାଇଛି। ଏ ନେଇ ନିଜେ ସୁରକ୍ଷିତ ରହି ଅନ୍ୟକୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ପାଟଣା ଥାନା ଅଧିକାରୀଣୀ ସନ୍ଧ୍ୟାରଣୀ ଜେନା।