ରାଜ୍ୟବାହାରୁ ଫେରିଥିବା ୨ ବ୍ୟକ୍ତିଙ୍କୁ ନେଇ ଗ୍ରାମବାସୀ ଆତଙ୍କିତ

ପାଟଣା,ଏନ୍ଏନ୍ଏସ୍: ସାରା ବିଶ୍ୱ କରୋନାକୁ ନେଇ ଚିନ୍ତିତ ଥିବାବେଳେ ଆଜି ପାଟଣା ବ୍ଲକ୍ ରାଜନଗର ପଞ୍ଚାୟତ ନୂଆ ଖମଣ ଗ୍ରାମକୁ ରାଜ୍ୟ ବାହାରେ କାମ କରୁଥିବା ୨ଜଣ ଯୁବକ ଘରକୁ ଆସିଥିବାବେଳେ ଆଜି ଗ୍ରାମବାସୀ ଆତଙ୍କିତ ହୋଇ ସ୍ବାସ୍ଥ୍ୟ ବିଭାଗ ଓ ତୁରୁମୁଙ୍ଗା ପୁଲିସକୁ ଖବର ଦେଇଥିଲେ।

ଖବରପାଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏଏନଏମ ଆଶା କର୍ମୀ ଓ ବିଜୁ ଯୁବ ବାହିନୀର ବ୍ଲକ୍ ସଂଯୋଜିକା ବେବିରାଣୀ ମହାପାତ୍ର ନୂଆଖମଣ ଗ୍ରାମରେ ପହଁଞ୍ଚି ୨ ଯୁବକଙ୍କୁ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଥିବା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡ଼ ଶୁପ୍ରକାଶ ଶତପଥୀ ସୂଚନା ଦେଇଛନ୍ତି।

ଏଥିସହ ପାଟଣା ବ୍ଲକରେ ଆଜି ସୁଧା ୧୫୧ ଜଣ ଲୋକବାହାର ରାଜ୍ୟରୁ ଆସିଥିବା ପଞ୍ଜିକରଣ କରାଯାଇଛି।