ଗୋଟିଏ ଫୋନ କଲରେ ଆକାଉଣ୍ଟରୁ ୨୮ ହଜାର ୫୦୦ ଟଙ୍କା ଗାଏବ

ପାଟଣା,ଏନ୍ଏନ୍ଏସ୍ : ଆଜ୍ଞା ନମସ୍କାର ମୁଁ ବ୍ୟାଙ୍କରୁ କହୁଛି ଆପଣଙ୍କର ଏଟିଏମ ବ୍ଲକ ହେଇଯାଇଛି ଯଦି ଚାଲୁ କରିବାକୁ ଚାହୁଁଛନ୍ତି ତେବେ ଏଟିଏମ୍ କାର୍ଡ ଉପରେ ଥିବା ନମ୍ବର ଗୁଡିକ ଦିଅନ୍ତୁ । ଏପରି ଏକ ଫୋନ କଲରେ ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ଗ୍ରାମର ଜଣେ ଯୁବକ ପ୍ରଫୁଲ୍ଲ କୁମାର ନାୟକଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯାଇଛି । ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଖିରେଇଟାଙ୍ଗିରି ଆକାଉଣ୍ଟରୁ ୨୮ ହଜାର ୫୦୦ ଟଙ୍କା ଗାଏବ ।

ସୂଚନା ଅନୁଯାୟୀ, ପ୍ରଫୁଲ ନାଏକଙ୍କ ପାଖକୁ ଏକ ଫୋନ କଲ ଆସିଥିଲା । ଆଉ ସେ କଲ କରି ଏଟିଏମ ବନ୍ଦ ହେଇଯିବ କହିଥିଲା । କାଳେ ଏଟିଏମ୍ କାର୍ଡ଼ ବନ୍ଦ ହେଇଯିବ ତେଣୁ ଏଟିଏମ କାର୍ଡ଼ ଉପରେ ଥିବା ନମ୍ବର ନିର୍ଭୁଲ ଭାବରେ କଲ କରିଥିବା ଦୁର୍ବୁତ୍ତକୁ ଦେବା ପରେ ଦୁଇ ଥର ଭାବରେ ତାଙ୍କ ଆକାଉଣ୍ଟରୁ ୨୮ ହଜାର ୫୦୦ ଟଙ୍କା ଉଠାଇ ନେଇଛି କଲ କରିଥିବା ଦୁର୍ବୁତ୍ତ । ଏ ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।