ସମିତିସଭ୍ୟ ଉପନିର୍ବାଚନ : ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବିଭୂତି ଭୂଷଣ ନାୟକ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡା ସମିତି ସଭ୍ୟ ଉପନିର୍ବାଚନରେ ପ୍ରାର୍ଥୀ ବିଭୂତି ଭୂଷଣ ନାୟକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଗତ ସାଧାରଣ ନିର୍ବାଚନରେ ତତ୍କାଳୀନ ସମିତିସଭ୍ୟ ଜଗନ୍ନାଥ ନାଏକ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ କଣ୍ଟିଆପଡା ସମିତି ସଭ୍ୟ ପଦ କାଲି ଥିଲା । ମାର୍ଚ୍ଚ ୨୦ ତାରିଖରେ ନିର୍ବାଚନ ହେବ ବୋଲି ଘୋଷଣା ହେବାପରେ ଦୁଇଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ୨୮ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ଅନ୍ୟ ପ୍ରାର୍ଥୀ ବିଜୟ କୁମାର ନାଏକ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେବାରୁ ବିଭୂତି ଭୂଷଣ ନାୟକଙ୍କୁ ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ନିର୍ବାଚନ ଅଧିକାରୀ ଇଶ୍ଵର ଚନ୍ଦ୍ର ନାଏକ ନିର୍ଦ୍ୱନ୍ଦରେ ନିର୍ବାଚିତ ଘୋଷଣା କରିଛନ୍ତି।