ଥାନା ଭିତରେ ଆଇଆଇସି ଦିଦିଙ୍କ ଥାର୍ଡ ଡିଗ୍ରୀ ଘଟଣା; ନିରପେକ୍ଷ ତଦନ୍ତ କରି ଦଣ୍ଡବିଧାନ ଦାବି କଲେ ଅଞ୍ଚଳବାସୀ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ତାଳସରୁଆ ଗ୍ରାମର ଜଣେ ଯୁବକକୁ ଥାନା ଭିତରେ ଥାନା ଅଧିକାରିଣୀ ମାଡ ଓ ଗୋଇଁଠା ମାରିବା ଘଟଣାରେ ପାଟଣା ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଞ୍ଚଳ ବାସୀଙ୍କ ସ୍ୱାକ୍ଷରିତ ଏକ ଦାବିପତ୍ର କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଜିଲ୍ଲା ପ୍ରଶାସନ ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକ ଘଟଗାଁ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ , ପାଟଣା ବିଧାୟକଙ୍କୁ ଓ କେନ୍ଦୁଝର ସାଂସଦଙ୍କୁ ପଠାଯାଇଛି। ଥାନା ମଧ୍ୟରେ ହୋଇଥିବା ଥାର୍ଡ ଡିଗ୍ରୀ ଘଟଣାର ଉପଯୁକ୍ତ ନିରପେକ୍ଷ ତଦନ୍ତ କରି ଦଣ୍ଡବିଧାନ କରିବାକୁ ଅଞ୍ଚଳ ବାସୀ ଏହି ଦାବି ପତ୍ରରେ ଦର୍ଶାଇଛନ୍ତି।