ସାବିତ୍ରୀ ପାଇଁ ଫଳ ଦର ଆକଶ ଛୁଆଁ, ସାମାଜିକ ଦୂରତାକୁ ‘ଫୁ’

ପାଟଣା,ଏନ୍ଏନ୍ଏସ୍ :ରାତି ପାହିଲେ ସାବିତ୍ରୀ ବ୍ରତ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳର ପାଟଣା, ତୁରୁମୁଙ୍ଗା ଏବଂ ସାହାରପଡା ବଜାରର ଫଳ ଦୋକାନ ଗୁଡିକରେ ଆଜି ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ସାବିତ୍ରୀ ପାଇଁ ଲୋକେ କରୋନା କଟକଣାକୁ ଭୁଲି ଯାଇ ଭିଡ଼ ଜମାଇ ଫଳ ମୂଳ କିଣିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏବେ ଆମ୍ବ, ପଣସ ଓ ଲିଚୁ ଆଦି ଫଳ ପାଚିପାରି ନାହିଁ। ଲକ ଡାଉନ ଯୋଗୁଁ ଉଚ୍ଚା ଦରରେ ବାହାର ରାଜ୍ୟର ଆମ୍ବ,ଲିଚୁ ,କଦଳୀ, ଅଙ୍ଗୁର,ଖଜୁରୀ ଓ ସେଓ ଆସୁଥିବାରୁ ଫଳ ଦର ଆକଶ ଛୁଆଁ ହୋଇଛି ବୋଲି ଦେଖିବାକୁ ମିଳିଛି। ଯାହା ପାଟଣା ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।