ବନବିଭାଗର ଚଢ଼ାଉ : ୩୩ ଚୌକାଠ ସହିତ କାଠ ବୋଝେଇ ପିକ ଅପ ଭ୍ୟାନ୍ ଜବତ

ପାଟଣା,ଏନ୍ଏନ୍ଏସ୍ : ପାଟଣା ବନ ବିଭାଗ ତରଫରୁ ଆଜି ଖମୁଆଁ ଗ୍ରାମର ରତନପୁର ସାହିରେ ଏକ ନବନିର୍ମାଣ ପ୍ରଧାନମନ୍ତ୍ରୀ ଆବାସ ଘରୁ ୩୩ ଖଣ୍ଡ ଶାଳ ଚୌକାଠ ଜବତ ହୋଇଛି । ଜବତ କାଠର ଆନୁମାନିକ ମୂଲ୍ୟ ୩୦ ହଜାର ହେବ ବୋଲି ପାଟଣା ବନଖଣ୍ଡ ଅଧିକାରୀ ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି । ଏଥି ସହିତ ସୋରାସକେଲା ଗ୍ରାମରୁ ଏକ କାଠ ବୋଝେଇ ଗାଡି ଅଶୋକ ଲିଲଣ୍ଡ ପିକଅପ ଭ୍ୟାନକୁ ଜବତ କରିଛି ବନ ବିଭାଗ ।

ବନ ବିଭାଗ ଓ କାଠ ମାଫିଆଙ୍କ ମଧୁଚନ୍ଦ୍ରିକାରେ ମାଫିଆମାନେ ଜଙ୍ଗଲ ନଷ୍ଟ କରି ଲକ୍ଷ ଲକ୍ଷ ଟଙ୍କା କମାଉଥିବା ଖବର କେବଳ ନିତିଦିନରେ ଶୀର୍ଷକ ଖବର ପ୍ରକାଶିତ ପରେ ତତ୍ପରତା ଦେଖାଇଛି ବନବିଭାଗ ଏସିଏଫ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଏହି ଚଢ଼ାଉରେ ପାଟଣା ବନଖଣ୍ଡ ଅଧିକାରୀ ପବିତ୍ର ମୋହନ ନାଏକ, ଡେପୁଟି ରେଞ୍ଜର ସ୍ୱରାଜ ପାତ୍ର. ବନପାଳ ସନ୍ତୋଷ ପୋହି , ଫରେଷ୍ଟଗାର୍ଡ ତ୍ରିନାଥ ଜେନା, ପ୍ରଯୁକ୍ତା ଜେନା,ତାପସ୍ୱିନୀ ନାଏକ, ସମେତ ଏପିଆର ଟିମ ସାମିଲ ଥିଲେ ।