କରୋନା ମୁକାବିଲା : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାଏକ

ପାଟଣା,ଏନ୍ଏନ୍ଏସ୍ : : କରୋନା ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କେନ୍ଦୁଝର ଜିଲ୍ଳା ପାଟଣା ନିର୍ବାଚନ ମଣ୍ଡଳୀ ଝୁମ୍ପୁରା ବ୍ଲକ ଟୁକୁଡ଼ିହା ପଞ୍ଚାୟତ ରସବନ୍ତଳା ଗ୍ରାମର ସମାଜ ସେବୀ ତଥା ପାଟଣା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାଏକ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏଥି ସହିତ ସେ କେନ୍ଦୁଝର ଜିଲ୍ଲା ଅଧିବାସୀ ତଥା ପାଟଣା ନିର୍ବାଚନ ମଣ୍ଡଳୀର ଜନ ସାଧାରଣଙ୍କୁ କରୋନାର ମୁକାବିଲା ପାଇଁ ସରକାରଙ୍କ ସହ ହାତ ମିଳାଇ ନୀତିନିୟମ ମାନି ଚଳିବାକୁ ଅନୁରୋଧ କରିଛନ୍ତି । ଶ୍ରୀ ନାଏକଙ୍କ ଏପରି ବଦାନ୍ୟତା ମନଭାବକୁ ପାଟଣା ନିର୍ବାଚନ ମଣ୍ଡଳୀର ବହୁ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନେ ବେଶ ପ୍ରଶଂସା କରିଛନ୍ତି ।