ମେଡିକାଲ କଲେଜ ଓ ହସ୍ପିଟାଲରୁ ରୋଗୀ ନିଖୋଜ

କୋରାପୁଟ,ଏନ୍ଏନ୍ଏସ୍: ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରୁ ଜଣେ ରୋଗୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତି ଜଣକ ହେଲେ ମାଲାକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସିରାଗୁଡ଼ା ଗ୍ରାମର ପ୍ରହ୍ଲାଦ କମାର। ମିଳିଥିବା ରିପୋର୍ଟ ମୁତାବକ, ପ୍ରହ୍ଲାଦ ପଡ଼ିଯାଇ ମୁଣ୍ଡରେ ଆଘାତ ହେବାରୁ ପ୍ରଥମେ ମାଥିଲି ଡାକ୍ତରଖାନା ଓ ପରେ ଗତ ୩ ତାରିଖରେ କୋରାପୁଟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ବୋଲି ସ୍ତ୍ରୀ କୁଜି କମାର ଟାଉନ ଥାନାରେ ଦେଇଥିବା ଏତଲାରୁ ଜଣାପଡ଼ିଛି। ପ୍ରହ୍ଲାଦ ୪ ତାରିଖ ରାତିରେ ହସ୍ପିଟାଲରୁ କେଉଁଆଡ଼େ ପଳେଇ ଯାଇଥିଲେ ଓ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ପତ୍ତା ନ ମିଳିନାହିଁ।