ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଶେଷ ସୂଚନା ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଂଯୁକ୍ତ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ଆମେ ସମସ୍ତେ କୋଭିଡ ଶେଷ ହୋଇଯାଇଛି ଭାବିବା ଆଦୌ ଠିକ୍ ନୁହେଁ। ଆମ ସାମ୍ନାରେ ଏବେ ବି ଅନେକ ଚ୍ୟାଲେଞ୍ଜ ରହିଛି ଏହା ଉପରେ ଆମକୁ କାମ କରିବାର ଆବଶ୍ୟକତା ରହିଛି। ବିଶେଷ କରି ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସ ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହି ୩ ମାସରେ ପାର୍ବଣ ଓ ବିବାହ ରହିଥିବାରୁ କରୋନା ସଂକ୍ରମଣ ମାମଲା ଆହୁରି ଅଧିକ ବଢ଼ିବାର ସମ୍ଭାବନା ରହିଛି। ସେଥିପାଇଁ ଅଧିକ ସତର୍କ ହୋଇ ବିଶେଷ ବାହାରକୁ ନବାହାରି ଭର୍ଚୁଆଲରେ ପୂଜା ପାଳନ କରନ୍ତୁ। ଭିଡ଼କୁ ନଯାଇ ଅନଲାଇନକୁ ଅଗ୍ରାଧିକାର ଦିଅନ୍ତୁ।