ଜଙ୍ଗଲରେ ନିଆଁ ଲଗାଉଥିବାବେଳେ ଜଣେ ଗିରଫ

ପାଟଣା,ଏନ୍ଏନ୍ଏସ୍: ସଂରକ୍ଷିତ ଜଙ୍ଗଲରେ ଶିକାର କରିବା ଉଦ୍ଦେଶ୍ୟରେ ନିଆଁ ଲଗାଉଥିବାବେଳେ ବନ ବିଭାଗ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ହେଲେ ତୁରୁମୁଙ୍ଗା ଥାନା କୋଡ଼ଖମଣ ଗ୍ରାମର ଯଦୁମଣି ମହାନ୍ତ। ଏହାସହ ଶିକାରୀ ଠାରୁ ଗୋଟିଏ ଟାଙ୍ଗିଆ ଓ ଦିଆସିଲି ଜବତ କରିଛି ବନ ବିଭାଗ ।