ମାଟ୍ରିକ ଫଳାଫଳ: ଟେକ ରଖିଲେ ରଶ୍ମିତା

ପାଟଣା,ଏନ୍ଏନ୍ଏସ୍: ଆଜି ଚଳିତବର୍ଷର ମାଟ୍ରିକ ଫଳାଫଳ ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ବେସରକାରୀ ବିଦ୍ୟାଳୟର ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଥିବାବେଳେ ସରକାରୀ ବିଦ୍ୟାଳୟର ଫଳାଫଳ ନୈରାଶ୍ୟ ଜନକ ରହିଛି। ପାଟଣା ବୈତରଣୀ ବିହାରସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଛାତ୍ରୀ ରଶ୍ମିତା ମହାନ୍ତ ସର୍ବାଧିକ ୫୪୨ ନମ୍ବର ରଖି ଏ-୧ ସ୍ଥାନରେ ରହିଛନ୍ତି। ରଶ୍ମିତା ସାହାରପଡା ବ୍ଲକ ଖଡିକାପଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ମହାନ୍ତଙ୍କ ଝିଅ ଅଟନ୍ତି। ସେ ପାଟଣା ବ୍ଲକର ଟପ୍ପର ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳୁଛି।