ବଜ୍ରପାତରେ ବୋହୂ ମୃତ, ଶାଶୂ ଗୁରୁତର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ରାଇଡିହ ପଞ୍ଚାୟତ ଜାରକାଣି ବେଡା ଗ୍ରାମର କାଳନ୍ଦୀ ମାଝୀଙ୍କ ପତ୍ନୀ ସନ୍ଧ୍ୟାରାଣୀ କିସ୍କୁଙ୍କ ବଜ୍ରଘାତରେ ମୃତ୍ୟୁ ଘଟିଛି। ଆଜି ବିଲ କାମସାରି ଶାଶୂ ସୁମିତ୍ରା ମାଝୀ ଓ ରଜନୀ ମୁଣ୍ଡାଙ୍କ ସହ ଘରକୁ ଫେରିବା ସମୟରେ ବଜ୍ରପାତ ହୋଇଥିଲା। ଗୁରୁତର ଅବସ୍ଥାରେ ତିନିଜଣଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ସନ୍ଧ୍ୟରାଣୀଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।