କାଳିଆ ଟଙ୍କା ଫେରାଇବେ ୪୪୪ ଅଯୋଗ୍ୟ

ପାଟଣା,ଏନ୍ଏନ୍ଏସ୍: ନିର୍ବାଚନ ପୂର୍ବରୁ କାଳିଆ ଯୋଜନାରେ ମିଳିଥିବା ସହାୟତା ରାଶି ଫେରାଇବାକୁ ପଡ଼ିବ। ଅଯୋଗ୍ୟ ହିତାଧୀକାରୀଙ୍କୁ ଚିହ୍ନଟ କରି ଶୀଘ୍ର ଟଙ୍କା ଆଦାୟ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। କାଳିଆ ଟଙ୍କା ଆଦାୟ ନିର୍ଦ୍ଦେଶ ପାଇବାପରେ କୃଷି ବିଭାଗ ତତ୍ପର ହୋଇଉଠିଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ୪୪୪ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । କାଳିଆ ଟଙ୍କା ଫେରସ୍ତ ପାଇଁ ସେମାନଙ୍କ ନିକଟକୁ ନୋଟିସ ପଠାଯାଇଥିବା ପାଟଣା ବ୍ଲକ କୃଷି ଅଧିକାରୀ ପରେଶ ଦାଶ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆକାଉଣ୍ଟ ନମ୍ବରରେ ଟଙ୍କା ଜମା କରିବାକୁ ନିବେଦନ କରିଛନ୍ତି।