ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ତୋଣ୍ଡ ବିଟ୍ ଡୁମୁରିଆ ପଞ୍ଚାୟତ ବଣ ମହୁଲଡିହା ଗ୍ରାମର ରଇବୁ ମହାରଣା (୫୨)ଭାଲୁ ଆକ୍ରମଣ ର ଶିକାର ହୋଇ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଆଜି ଅପରାହ୍ନରେ ଗ୍ରାମ ନିକଟ ଏକ ପୋଖରୀକୁ ଶୌଚ ହେବାକୁ ଯାଇଥିବାବେଳେ ପାଖ ଜଙ୍ଗଲରୁ ଦୁଇଟି ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ରଇବୁ ଚିତ୍କାର କରିବା ଶୁଣି ସ୍ଥାନୀୟଲୋକେ ତାଙ୍କୁ ଯାଇ ଉଦ୍ଧାର କରି ମେଡିକାଲ ନେଇଥିଲେ। ରଇବୁଙ୍କ ଆଖି ଓ ଡାହାଣ ହାତ ପାପୁଲିରେ ଗଭୀର ଆଘାତ ଲାଗିଛି।