ଲକ୍ଷଣ ଦେଖିବା କ୍ଷଣି ତୁରନ୍ତ ଟେଷ୍ଟ କରାନ୍ତୁ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି। ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ପୁଣିଥରେ ଭୁବନେଶ୍ୱରବାସୀଙ୍କୁ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ପରାମର୍ଶ ଦେବାସହ ଟିକାକରଣ ନେଇ ସେ ସୂଚନା ଦେଇଛନ୍ତି। ମାସ୍କ ପିନ୍ଧିବାକୁ ଓ ସାମାଜିକ ଦୂରତା ବଜାୟ ରଖିବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି।

ଶ୍ରୀ ଚୌଧୁରୀ କହିଛନ୍ତି , ଲକ୍ଷଣ ଦେଖିବା ମାତ୍ରେ ମିଳିଲେ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ। ରାଜଧାନୀରେ ୧୧ଟି ଘରୋଇ କୋଭିଡ୍ ଟେଷ୍ଟ ଲାବୋରେଟାରୀ ରହିଛି। ୨୪ଟି ସିଏଚସି/ପିଏଚସିରେ ମଧ୍ୟ କୋଭିଡ୍ ଟେଷ୍ଟ କରାଯାଉଛି। ୧୮ରୁ ୪୪ ବର୍ଷ ବର୍ଗଙ୍କ ଟିକାକରଣ ନେଇ ସେ କହିଛନ୍ତି ଯେ, ସୋମବାରଠୁ ବିଏମସିର ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଟିକାକରଣ ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଟିକାକରଣ କେନ୍ଦ୍ରକୁ ନଆସି କୋୱିନ ପୋର୍ଟାଲରେ ପଞ୍ଜୀକରଣ କରିବାକୁ କମିଶନର ଅନୁରୋଧ କରିଛନ୍ତି। ବିନା ପଞ୍ଜୀକରଣରେ କାହାରିକୁ ଟିକା ଦିଆଯିବନି। ଭୁବନେଶ୍ୱର ମହାନଗରରେ ଭ୍ୟାକ୍ସିନର ଅଭାବ ନାହିଁ ବୋଲି କମିଶନର କହିଛନ୍ତି।