ପାଟଣା ବ୍ଲକରେ ଉପର ମୁହାଁ କରୋନା, ମାନୁ ନାହାନ୍ତି ଅମାନିଆ

ପାଟଣା, ଏନ ଏନ ଏସ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଆଜି   ୨୭ ଜଣ ଙ୍କର ଆରଟିପିସିଆର ଟେଷ୍ଟ ରିପୋର୍ଟ ରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହାସହ ବ୍ଲକ ରେ ସଂକ୍ରମିତ ଙ୍କ ସଂଖ୍ୟା ୧୫୬ ରେ ପହଞ୍ଚିଛି। ଏଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଲାଣି।ମୃତକ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଥମ ଲହର ସମୟରେ  ଯେଭଳି ଢଙ୍ଗରେ ମୁକାବିଲା କରାଯାଇଥିଲା,  ଦ୍ୱିତୀୟ ଲହରରେ ସେଭଳି ଦେଖିବାକୁ ମିଳୁନାହିଁ। ବିଭିନ୍ନ ହାଟ ବଜାର ବ୍ୟାଙ୍କ ରେ ଲୋକେ ଜନଗହଳି କରୁଛନ୍ତି କେହି କେହି ବିନା ମାକ୍ସ ରେ ବୁଲୁଥିବା ନଜିର ରହୁଥିବା ବେଳେ ଲୋକେ ଗୁଆ ଦେଇ କରୋନା କୁ ଆମନ୍ତ୍ରଣ କରୁଛନ୍ତି। ଉଭୟ ପାଟଣା ଓ ସାହାରପଡା ବ୍ଲକ ରେ ସପ୍ତାହନ୍ତ ଶନିବାର ରବିବାର ସର୍ଟ ଡାଉନ କରିବା କୁ ଦାବି ହେଉଥିବା ବେଳେ କୋଭିଡ ମୁକାବିଲା ପାଇଁ ଏ ପର୍ଯ୍ୟନ୍ତ ପାଟଣା ବ୍ଲକ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନାହିଁ ।କୋରନା ସଂକ୍ରମଣ ରେ ଅଙ୍କୁଶ ଲଗାଇବାକୁ ହେଲେ ବିଭିନ୍ନ ସାପ୍ତାହିକ ହାଟ ଗୁଡିକୁ ମଧ୍ୟ ବନ୍ଦ କରିବାକୁ ଦାବି ହେଉଥିବା ବେଳେ ସପ୍ତାହନ୍ତ ସଟଡାଉନ ଜରୁରୀ ହୋଉଥିବା ବେଳେ ଭିଡ଼ କୁ ନିୟନ୍ତ୍ରଣ କରିବା କୁ ସ୍ପେସିଆଲ ସ୍କ୍ୱାର୍ଡ ଗଠନ କରି ଅମାନିଆ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।