କୋଭିଡ କେୟାର ସେଣ୍ଟରରେ ଶୋକସଭା

 ଦେବଗଡ଼, ଏନଏନଏସ : ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଗାଡି ଚାଳକଙ୍କ ଆଜି କରୋନା ରେ ମୃତ୍ୟୁ ପରେ ବିଭାଗୀୟ କର୍ମଚାରୀ ଙ୍କ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ଆଜି ସନ୍ଧ୍ୟାରେ କୋଭିଡ କେୟାର ସେଣ୍ଟର ଠାରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପରିଚାଳକ ଉମେଶ ପ୍ରସାଦ ଷଡ଼ଙ୍ଗୀ ଙ୍କ ସଭାପତିତ୍ବ ରେ ଆୟୋଜିତ ଶୋକସଭା ରେ ଏନଆରଏଚଏମ ଅଧିନସ୍ଥ କର୍ମଚାରୀ, କୋଭିଡ ସେଣ୍ଟର ରେ କାର୍ଯ୍ୟରତ କର୍ମଚାରି ଓ ଅଧିକାରୀ ମାନେ ଏକତ୍ରିତ ହୋଈ କରୋନା ର ଶିକାର ହୋଇଥିବା ଗାଡିଚାଳକ ଲିକୁନ ସାହୁ ଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ଅବସରରେ ଦିବଂଗତ ଙ୍କ କାର୍ଯ୍ୟଶୈଳୀ ଓ ବ୍ୟବହାର କୁ ସ୍ମୁତି ଚାରଣ କରିବାସହ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ବିନା ନୈରାଶ୍ୟ ଭାବରେ ମହାମାରୀ କାଳରେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଜାରି ରଖିବାକୁ ଶ୍ରୀ ଷଡ଼ଙ୍ଗୀ ଉପସ୍ଥିତ କର୍ମଚାରୀ ଙ୍କୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଡାକ୍ତର ବି. ପାତ୍ର, ଯତୀନ କୁମର ଭୈନ୍ସା, ଜ୍ୟୋତ୍ସ୍ନା ରାଣୀ ଶର୍ମା ଓ ଦେବାନନ୍ଦ ସାମଲ ଙ୍କ ସମେତ ବହୁ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।