ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ବିଜେପିର ନିଧି ସଂଗ୍ରହ ବୈଠକ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏରେଣ୍ଡେଇ ଶିବ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଅଯୋଧ୍ୟାରେ ହେବାକୁ ଥିବା ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଏରେଣ୍ଡେଇ ବିଜେପି ପକ୍ଷରୁ ନିଧି ସଂଗ୍ରହ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏରଣ୍ଡେଇ ବଜେପି ସଭାପତି ଲଳିତ ମୋହନ ଗିରିଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବଜେପି ବରିଷ୍ଠ ନେତା ନରେନ୍ଦ୍ର ମହାନ୍ତ, ଶଶୀଭୂଶଣ ମହାନ୍ତ, ସହଦ୍ୱେ ପାତ୍ର, ସୁମନ୍ତ କୁମାର ସେଠୀ, ଲକ୍ଷ୍ମୀ ପ୍ରିୟା ମୁଣ୍ଡା, ଓ ଗୌତମ ମହାନ୍ତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।