ଘରୁ ଜବତ ହେଲା ଲକ୍ଷାଧିକ ଟଙ୍କାର କାଠ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଉଦୟପୁର ବିଟ୍ ଦୁଆଘାଟ ଗ୍ରାମରେ ବନବିଭାଗ ଓ ପୁଲିସର ମିଳିତ ଚଢ଼ଉରେ ଗ୍ରାମର ଦେବବ୍ରତ ରାଉତଙ୍କ ନବନିର୍ମିତ ଘରୁ ଲକ୍ଷାଧିକ ଟଙ୍କାର ପଟା, ଚୌକାଠ ବିମ୍ ଓ ୩ଟି ଚେୟାର ଜବତ ହୋଇଛି। ଏସିଏଫ୍ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ୱରେ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ , ଚମ୍ପୁଆ ରେଞ୍ଜର ଘାସିନାଥ ପାତ୍ରଙ୍କ ସମେତ ପାରା ଷ୍ଟାଫ ଓ ତୁରୁମୁଙ୍ଗା ପୁଲିସ ଚଢ଼ଉ କରିଥିଲେ।

ଜବତ କାଠକୁ ନରଣପୁରସ୍ଥିତ ଡିପୋକୁ ନିଆଯାଇଛି। ତେବେ ଚଢ଼ଉ ପୂର୍ବରୁ ଘର ମାଲିକ ଫେରାର ହୋଇଯାଇଥିବା ଏସିଏଫ ଘନଶ୍ୟାମ ମହାନ୍ତ ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ତୁରୁମୁଙ୍ଗା ଥାନା ଅଧିକାରୀ ଶୁଶାନ୍ତମଣୀ ମହାନ୍ତି, ଖିରେଇଟାଙ୍ଗିରୀ ବନପାଳ ଅମୁଲ୍ୟ ସେନାପତି, ସାହରପଡା ବନପାଳ ସୁନିତା ବାଘେଲ, ସଦର ବନପାଳ ଭୂପତି ସେଠୀ, ଉଦୟପୁର ବିଟର ବନରକ୍ଷୀ କୁନ୍ତଳା ମହାନ୍ତ, ତୋଣ୍ଡ ବିଟର ବନରକ୍ଷୀ ପ୍ରଯୁକ୍ତା ଜେନାଙ୍କ ସମେତ ବନବିଭାଗ ଓ ପୁଲିସ ବିଭାଗର କର୍ମଚାରୀ ସାମିଲ ଥିଲେ।