ସ୍ୱାମୀ-ସ୍ତ୍ରୀ ଝଗଡାରୁ ବିଷ ପିଇଲେ ସ୍ୱାମୀ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟା ପଡା ଗ୍ରାମର ଦାମ୍ପତି ତ୍ରିଭଙ୍ଗ ରଣା ଓ ଲକ୍ଷ୍ମୀପ୍ରିୟା ରଣାଙ୍କ ମଧ୍ୟରେ ଆଜି ସକାଳୁ କଳହ ହୋଇଥିଲା। ଏଥିରେ ତ୍ରିଭଙ୍ଗ ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀଙ୍କ ମୁଁହକୁ ଏକ ଶାବଳରେ ପିଟିଦେବାରୁ ସେ ସଂଜ୍ଞାହୀନ ହୋଇ ପଡିଯାଇଥିଲେ। ସ୍ତ୍ରୀ ମରିଗଲେ ଭାବି ତ୍ରିଭଙ୍ଗ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉଭୟ ସ୍ୱାମୀ, ସ୍ତ୍ରୀ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଥାନା ଧିକାରୀ ସୁଶାନ୍ତ ମଣି ମହାନ୍ତି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।