ସୁସ୍ଥ ହେଲେ ଆଉ ୩୮୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାେରେ ସୁସ୍ଥ ହେଲେ ଆଉ ୩୮୮ କରୋନା ଆକ୍ରାନ୍ତ। ଫଳରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୨୩୪୪ରେ ପହଞ୍ଚିଛି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡ ଜିଲ୍ଲାରୁ ୭୧ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୮ ଜଣ ସୁସ୍ଥ ହୋଇଛନ୍ତି। ସେହପରି ଅନୁଗୁଳରୁ ୩୭, ସମ୍ବଲପୁରରୁ ୨୭, ବରଗଡରୁ ୨୬, ମୟୁରଭଞ୍ଜରୁ ୨୫, କଟକରୁ ୨୧, ବାଲେଶ୍ୱରରୁ ୨୦, ଯାଜପୁରରୁ ୧୬, ନୂଆପଡାରୁ ୧୫, ପୁରୀରୁ ୧୩, ବଲାଙ୍ଗିରରୁ ୧୧, କେନ୍ଦୁଝରରୁ ୧୦, ଜଗତସିଂହପୁରରୁ ୮, ଗଞ୍ଜାମରୁ ୭, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୬, କେନ୍ଦ୍ରାପଡାରୁ ୬, ଭଦ୍ରକରୁ ୩, କୋରାପୁଟରୁ ୩, ନବରଙ୍ଗପୁରରୁ ୩, ବୌଦ୍ଧରୁ ୨, ଢେଙ୍କାନାଳରୁ ୨, ନୟାଗଡରୁ ୨, ଦେବଗଡରୁ ୨, ଦେବଗଡରୁ ୧, ମାଲକାନଗିରିରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇଛନ୍ତି।