କାଳବୈଶାଖୀରେ ଭାଙ୍ଗିଲା ବିରାଟ ଗଛ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅଞ୍ଚଳରେ ବୁଧବାର ଠାରୁ କାଳ ବୈଶାଖୀ ପ୍ରଭାବରେ ବର୍ଷା, ପବନ ଓ ଘଡ଼ଘଡ଼ି ହେଉଛି। ଗୁରୁବାର ଅପରାହ୍ଣରେ ଟାଙ୍ଗରପଡା ପଞ୍ଚାୟତ ବାଲିବନ୍ଦ ନାଏକ ସାହି ରାସ୍ତା କଡରେ ଥିବା ଏକ ବିରାଟ ତେନ୍ତୁଳି ଗଛ ଭାଙ୍ଗିପଡିବା ସହ ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ଏକ ଆମ୍ବଗଛ ଭାଙ୍ଗି ପଡ଼ିଥିଲା। ଶୁକ୍ରବାର ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ଗଛକାଟି ରାସ୍ତା ସଫା କରିବା ସହ ବିଦ୍ୟାଳୟ ଉପରୁ ଗଛ କାଟି ବାହାର କରିଥିଲେ।