ଓଲଟିଲା ଯାତ୍ରୀବାହୀ ବସ୍‌: ୨୦ରୁ ଅଧିକ ଜଣ ଆହତ, ମେଡିକାଲରେ ଭର୍ତ୍ତି

ଭଦ୍ରକ,ଏନ୍ଏନ୍ଏସ୍: ଓଲଟିଲା ଯାତ୍ରୀବାହୀ ବସ୍। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପଳଦାବାଙ୍କ ନିକଟରେ ଯାତ୍ରୀବାହୀ ବସ୍ ଓଲଟି ପଡିଛି। ଏହି ବସ ଦୁର୍ଘଟଣାରେ ୨୦ରୁ ୨୫ ଜଣ ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, କଲିକାତାରୁ କିଛି ଯାତ୍ରୀକୁ ନେଇ ଭୁବନେଶ୍ୱର ଆସୁଥିଲା ଜଗାକାଳିଆ ବସ୍। ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ପଳଦାବାଙ୍କ ନିକଟରେ ହଠାତ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ତେବେ ଏହି ଦୁର୍ଘଟଣାରେ ୨୦ରୁ ୨୫ ଜଣ ଆହତ ହୋଇଥିବା ଜଣାପଡିଛି। ଏହାସହିତ ସମସ୍ତଙ୍କୁ ଆହତକୁ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।