ବକ୍ସ ଅଫିସରେ ଧମାଲ କରୁଛି ‘କାଶ୍ମୀର ଫାଇଲ୍ସ’, ସଫଳତାକୁ ନେଇ ମୁହଁ ଖୋଲିଲେ ଅଜୟ ଦେବଗନ୍‌

ନୂଆଦିଲ୍ଲୀ,ଏଜେନ୍ସି: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘କାଶ୍ମୀର ଫାଇଲ୍ସ’। ଏହି ଫିଲ୍ମ ରିଲିଜ ହେବାକୁ ଦୁଇ ସପ୍ତାହ ବିତିଗଲାଣି। ହେଲେ ଦିନକୁ ଦିନ ନୂଆ ରେକର୍ଡ କରିବାରେ ଲାଗିଛି। ଫିଲ୍ମକୁ ନେଇ ଅନେକ ପ୍ରଶ୍ନ ଉଠାଉଥିବା ଦେଖିବାକୁ ମିଳିଛି।

ଫିଲ୍ମର ସଫଳତାକୁ ନେଇ ମୁହାଁ ଖୋଲିଛନ୍ତି ଅଜୟ ଦେବଗନ। ଅଜୟ ଦେବଗନ କହିଛନ୍ତି ଯେ, ଏହା କେବଳ ଭାରତରେ ହିଁ ନୁହେଁ, ଏହା ସମଗ୍ର ବିଶ୍ୱରେ ରେକର୍ଡ କରିିଛି। କିଛି ଘଟଣା ଏପରି ହୋଇଥାଏ ପ୍ରକୃତ ଘଟଣାକୁ ଖୋଜିବା ପାଇଁ ଧାରଣା ନୁହେଁ ବରଂ ଏହା ଶୁଣିବେ ସେତେବେଳେ ଆପଣ ଅନୁଭବ କରିବେ ଯେ ଏହି ଅସାଧାରଣ ଘଟଣା ସତରେ ଘଟିଛି। ଏହାର ସତ୍ୟତା ବିଶ୍ୱକୁ ପ୍ରକାଶ କରାଇବା ଉଚିତ ଅଟେ।