ଇବ୍ ନଦୀ ପଠାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶରୀର ଅଙ୍ଗ ଉଦ୍ଧାର

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ସଦର ଥାନା ବନ୍ଧପାଲୀ ନିକଟ ଇବ୍ ନଦୀ ପଠାରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶରୀର ଅଙ୍ଗ ଉଦ୍ଧାର ହୋଇଛି। ଗତକାଲି ରାତ୍ରିରେ ନଦୀ ପଠାରେ ଯୁବକଙ୍କ କଟା ମୁଣ୍ଡ ଓ ଗୋଟିଏ ଗୋଡ଼ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ସୂଚନା ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶରୀରର କଟା ଅଙ୍ଗକୁ ଜବତ କରିଥିଲା। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରି ନାହିଁ। ତେବେ କେଉଁ କାରଣ ଯୋଗୁଁ ଯୁବକଙ୍କ ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ। ସୁନ୍ଦରଗଡ଼ ସଦର ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ଆଜି ସକାଳୁ ଘଟଣାସ୍ଥଳରେ ଏସଡିପିଓ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚିଛନ୍ତି। ସେହିପରି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ଶରୀରର ଅନ୍ୟ ଅଙ୍ଗ ଖୋଜିବା ଆରମ୍ଭ କରିଛି।