୨ ଦିନିଆ ସିବିଆଇ ରିମାଣ୍ଡରେ ବିବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଆଜିଠୁ ୨ ଦିନିଆ ରିମାଣ୍ଡରେ ନେଲା ସବିଆଇ। ରିମାଣ୍ଡ ଅବଧିରେ ୧୯୯୯ରେ ହୋଇଥିବା ଘଟଣାକୁ ପଚାରିବ। ଏଥିସହିତ ଏଭଳି ଜଘନ୍ୟ କାଣ୍ଡ ପରେ କିଭଳି ବିବନ ବାହାର ରାଜ୍ୟକୁ ଯାଇ ନକଲି ପରିଚୟପତ୍ର କରି ରହୁଥିଲା ସେ ନେଇ ମଧ୍ୟ ସିବିଆଇ ପଚରାଉଚୁରା କରିବ। ଏଥିସହିତ ତାର ଫେରାର ପଛରେ କାହାର ହାତ ଅଛି ତାର ତଦନ୍ତ କରିବ ସିବିଆଇ।

ଗତକାଲି ଝାରପଡ଼ା ଜେଲରେ ହୋଇଥିବା ଟିଆଇ ପରେଡରେ ଅଭିଯୁକ୍ତକୁ ଚିହ୍ନଟ କରିଥିଲେ ପୀଡ଼ିତା ଅଞ୍ଜନା। ଏଥିସହିତ ଅଞ୍ଜନାଙ୍କ ଡ୍ରାଇଭର ମଧ୍ୟ ବିବନକୁ ଚିହ୍ନଟ କରିଥିବା ଜଣାପଡ଼ିଛି।