ବିଧାନସଭାକୁ ରାଜ୍ୟପାଳଙ୍କ ପ୍ରବେଶ ବେଳେ ଗେଟ ବନ୍ଦ

ପଶ୍ଚିମବଙ୍ଗ,ଏଜେନ୍ସି: ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧାନକାର ଗୁରୁବାର ବିଧାନସଭାରେ ପ୍ରବେଶ କରିବାବେଳେ ତାଙ୍କ ପାଇଁ ଗେଟ ବନ୍ଦ କରାଯାଇଥିଲା। ଏପରିକି ସମସ୍ତ ଭିଭିଆଇପିଙ୍କ ପାଇଁ ମଧ୍ୟ ଗେଟ ଖୋଲାଯାଇନଥିଲା। ତେବେ ଏ ନେଇ ରାଜ୍ୟପାଳ କ୍ଷୋଭ ପ୍ରକାଶ କରିଛିନ୍ତି।

ପରେ ସେ ଅନ୍ୟ ଗେଟରେ ଭିତରକୁ ପ୍ରବେଶ କରିଥିଲେ। ତେବେ ରାଜ୍ୟପାଳ ଅନ୍ୟ ଭିଭିଆଇପିଙ୍କ ପାଇଁ ଫାଟକ ବନ୍ଦ ରହିଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ବିଧାନସଭା ସଚିବାଳୟ ବର୍ଷସାରା ଖୋଲା ରହିବା କଥା ଏବଂ ବିଧାନସଭା ଅଧିବେଶନ ବନ୍ଦ ପରେ ମଧ୍ୟ ଏହା ବନ୍ଦ ରହିବା କଥା ନୁହେଁ ବୋଲି ସେ କହିଛନ୍ତି।