ବିପୁଳ ପରିମାଣର ଦେଶୀ ଓ ବେଦେଶୀ ମଦ ଜବତ, ୨ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ଦ୍ଵାରା ଗୁରୁବାର ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ମହୁଲି ମଦ ଜବତ କରିବା ସହିତ ମଦ ପାଇଁ ପ୍ରସ୍ତୁତ ଥିବା ପୋଚ ନଷ୍ଟ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏଥିରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।

ସେମାନେ ହେଲେ ଖିରେଇଟାଙ୍ଗିରି ଗ୍ରାମର ଦୁର୍ୟ୍ୟୋଧନ ମଣ୍ଡଳ(୨୯) ଓ କଣ୍ଟିଆପଡା ଗ୍ରାମର ହେମନ୍ତ ବେହେରା(୨୫)। ଏହି ଚଢ଼ଉରେ ପାଟଣା ଅବକାରୀ ବିଭାଗ ତରଫରୁ ଜନାର୍ଦ୍ଦନ ପଲେଇ, ଦିଲ୍ଲୀପ କୁମାର ତାଣ୍ଡିଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ। ପୂର୍ବରୁ ଏ ଅଞ୍ଚଳରେ ବିପୁଳ ମଦ କାରବାର ହେଉଥିବା ଅଭିଯୋଗ ହୋଇଆସୁଥିଲା।