ଭୁବନେଶ୍ୱର,ଏନ୍ଏନ୍ଏସ୍: ପଥୋତ୍ସବ ଭଳି ରାଜଧାନୀରେ ଥିବା ୭ଟି ପାର୍କରେ ଉତ୍ସବର ଆୟୋଜନ କରାଯିବ ବୋଲି ବିଡିଏର ଉପାଧ୍ୟକ୍ଷ ପ୍ରକାଶ କରିଛନ୍ତି । ଏହି ପାର୍କ ଗୁଡ଼ିକ ହେଲା -ବିଜୁ ପଟ୍ଟନାୟକ ପାର୍କ, ବୁଦ୍ଧ ପାର୍କ, ନିକୋ ପାର୍କ, ଖାରବେଳ ପାର୍କ, ଇନ୍ଦିରା ପାର୍କ, ମଧୁସୂଦନ ନଗର ପାର୍କ ଏବଂ ମହାତ୍ମାଗାନ୍ଧୀ ପାର୍କ । କାଲିଠାରୁ ସକାଳ ୭ଟାରୁ ୭ଟି ରବିବାରରେ ଏହି ଉତ୍ସବ ପାଳନ କରାଯିବ ।