ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଉପସ୍ଥାପନ କରିଥିବା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟକୁ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।
ଶ୍ରୀ ବାହିନୀପତି ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବଜେଟ୍ରେ ଚାଷୀ, ଯୁବକମାନଙ୍କ ପାଇଁ କିଛି ନାହିଁ । ପ୍ରଧାନମନ୍ତ୍ରୀ ମୋଦି ଯୁବକମାନଙ୍କୁ ରୋଜଗାର ଦେବାକଥା କହୁଥିଲାବେଳେ ବଜେଟ୍ରେ ଏ ସମ୍ପର୍କରେ କୌଣସି ଖାସ ବ୍ୟବସ୍ଥା ନାହିଁ । ଅନୁରୂପ ଭାବେ ଚାଷୀମାନଙ୍କ ପାଇଁ ମଧ୍ୟ ବଜେଟରେ କିଛି ବ୍ୟବସ୍ଥା ନଥିବା ସେ ଅଭିଯୋଗ କରିଛନ୍ତି । ଶିଳ୍ପ କ୍ଷେତ୍ର ପାଇଁ ମଧ୍ୟ କୌଣସି ପ୍ରକାର ପ୍ରୋତ୍ସାହନ ଏହି ବଜେଟ୍ରେ ନାହିଁ । କିଛି କର୍ପୋରେଟ କମ୍ପାନୀଙ୍କୁ ସୁହାଇଲା ଭଳି ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।