୫ ଦିନ ପାଇଁ ପାର୍କ ମନା, କେଉଁଠି ଜାଣନ୍ତୁ ?

  • ବ୍ରହ୍ମପୁର: ରାଜ୍ୟରେ କୋଭିଡ ସଂକ୍ରମଣ ତଳମୁହାଁ ଥିବାବେଳେ ପ୍ରାୟତଃ ସମସ୍ତ ପାର୍କ, ଧର୍ମାନୁଷ୍ଠାନ ଆଦି ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଲାଣି। ଏପରି ସ୍ଥିତିରେ ବ୍ରହ୍ମପୁର ସହରରେ ଥିବା ରାମଲିଙ୍ଗେଶ୍ୱର ପାର୍କକୁ ୫ ଦିନ ପାଇଁ ବନ୍ଦ କରିଛି ପ୍ରଶାସନ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
  • ସୂଚନାଯୋଗ୍ୟ, ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ହଜାରେ ତଳେ ରହୁଥିବାବେଳେ ଗଞ୍ଜାମରେ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହୁଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ଦିନ ପାଇଁ ବ୍ରହ୍ମପୁର ସହରରେ ଥିବା ରାମଲିଙ୍ଗେଶ୍ୱର ପାର୍କକୁ ସର୍ବସାଧାରଣ ପାଇଁ ବନ୍ଦ କରାଯାଇଛି। ତେବେ ଏହି ପାର୍କରେ ଟିକାକରଣ କାର୍ଯ୍ୟ ଜାରି ରହିବ। ଗତ ୪ ମାସ ଧରି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ପାର୍କରେ ନାଗରିକଙ୍କୁ ଟିକାକରଣ କାର୍ଯ୍ୟ ଚାଲିଛି। ଏଥିରେ ସହଯୋଗ କରିବା ପାଇଁ ସମସ୍ତ ସହରବାସୀଙ୍କୁ ଅନୁରୋଧ କରିଛି ପ୍ରଶାସନ। ତେବେ ଏହି ପାର୍କରେ ସାଧାରଣ ଲୋକଙ୍କୁ ବୁଲିବାକୁ ଅନୁମତି ନଥିବାବେଳେ ବିଧାୟକଙ୍କ କାର୍ଯ୍ୟକ୍ରମ ନେଇ ଗଣମାଧ୍ୟମର ଖବର ଉପରେ ପ୍ରତିକ୍ରିୟା ରଖିଛି ପ୍ରଶାସନ।
  • ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ପାର୍କ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ରାଜ୍ୟର ମନ୍ତ୍ରୀ ଏବଂ ବିଧାୟକମାନେ ଗଞ୍ଜାମ ଜିଲ୍ଲାକୁ ଏକ୍ସପୋଜର ଭିଜିଟ୍ ପାଇଁ ଆସୁଥିବା ସୂଚନା ଦେଇଛି ପ୍ରଶାସନ।